କଲିକତା – କାମାକ୍ଷାକୁ ଗଲେ ୩୩ ତୀର୍ଥଯାତ୍ରୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପାଇଁ ଦେବଗଡ଼ ଜିଲ୍ଲାର ୩ଟି ବ୍ଲକ ଓ ପୌରାଞ୍ଚଳରୁ ୩୩ ଜଣ ବରିଷ୍ଠ ନାଗରିକ କୋଲକାତା – କାମାକ୍ଷା ଅଭିମୁଖେ ତୀର୍ଥ ଯାତ୍ରାରେ ବାହାରିଥିବା ଜଣାପଡ଼ିଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରୁ ଏକ ସ୍ୱତନ୍ତ୍ର ବସ ଯୋଗେ ତୀର୍ଥ ଯାତ୍ରୀମାନେ ସମ୍ବଲପୁର ଅଭିମୁଖେ ବାହାରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଆସିଷ୍ଟାଣ୍ଟ କଲେକ୍ଟର ହେମନ୍ତ କୁମାର ସିଂ, ଡେପୁଟି କଲେକ୍ଟର ମୁନା ସେଠୀ, ସହକାରୀ ଜିଲ୍ଲାପାଳ ତାପସ ମହାନ୍ତ ପ୍ରମୁଖ ତୀର୍ଥଯାତ୍ରୀଙ୍କୁ ଗୋଲାପ ଫୁଲ ପ୍ରଦାନ କରିବା ସହ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଆସନ୍ତା ୧୧ ତାରିଖ ତୀର୍ଥଯାତ୍ରୀ ପ୍ରତ୍ୟାବର୍ତ୍ତନ କରିବେ ।