କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ଯାନବାହନ କ୍ଷେତ୍ରରେ ଥିବା ଫାଇନର ଓଟିଏସ୍ ସ୍କିମ, ଗୋପାଳପୁର ୟୁଟିଲିଟି କରିଡର, ଚୌଦ୍ୱାରରେ ୱେଲସ୍ପନ ଗ୍ରୁପ୍ ସମନ୍ୱିତ ପ୍ରକଳ୍ପ ସାମିଲ ରହିଛି । ସେହିପରି ଓଡ଼ିଶା କ୍ଷୁଦ୍ରଶିଳ୍ପ ପଲିସି ଓ ଖାଦ୍ୟ ପ୍ରକ୍ରିୟାକରଣ ପଲିସି ସଂଶୋଧନ ଓ କଟକ ବୋର୍ଡ ହାଇସ୍କୁଲକୁ ସରକାର ହାତକୁ ନେବା ପ୍ରସ୍ତାବ ପ୍ରମୁଖ ଗୃହୀତ ହୋଇଛି