ରାଜଧାନୀରୁ ୩୨ କରୋନା ପଜିଟିଭ ଚିହ୍ନଟ: ୩୪ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ୩୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪ଜଣ ଓ ସ୍ଥାନୀୟ ସଂକ୍ରମଣ ୧୮ଜଣ ରହିଛନ୍ତି। ଅନ୍ୟପଟେ ୩୪ ଜଣ କରୋନା ରୋଗ୍ୟ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜିର ୩୨ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୮୩୪କୁ ବୃଦ୍ଧି ପାଇଥିବାବେଳେ ୩୦ ହଜାର ୧୯୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୨୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୯୪ ଜଣଙ୍କ ଚିକିତ୍ସା ଜାରି ରହିଛି।