ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ପୁଣି ୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ବ୍ରଜରାଜନଗର ଅଞ୍ଚଳର ରତାଖଣ୍ଡି ଓ ମହାବୀରନଗରରୁ ୪ ଲେଖାଏଁ, ମଣ୍ଡଳିଆ ଓ ଆଇବିପିଆଇଟରୁ ୨ଲେଖାଏଁ, ଲମଟିବାହାଲରୁ, ନୂଆଁପଡ଼ା ଲମଟିବାହାଲ, ଗାୟତ୍ରୀ ନଗର, ହିଲଟପ, ବାହାଦୂର ପଡ଼ା, ଦୁର୍ଗାନଗର, ପୁରୁଣା ଚୁନାଭଟା, ଶାସ୍ତ୍ରୀନଗର ତେଲେନପାଳି, ଅଭୟପୁର, ଚୁହାକାନରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି କିର୍ମିରା ବ୍ଲକ ଅନ୍ତର୍ଗତ ଗଉଡ଼ ପାନପାଳିରୁ ୨, ଲଇକେରା ବ୍ଲକ ପାକେଲପଡ଼ା, କୋଲାବିରା ବଡ଼ବାହାଲ, ଯୋଗିଆଡ଼ିହି, ଝାରସୁଗୁଡ଼ା ପୁରୁଣାବସ୍ତି, ତାଳପାଟିଆ, ଜମେରା, ମିଶନ ଆଶ୍ରାରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନେ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ଜଣାପଡ଼ିଛି। ତେବେ ଏହି ସମସ୍ତ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଯାଞ୍ଚ କରିବା ସହ ସମସ୍ତଙ୍କୁ ଝାରସୁଗୁଡ଼ା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ ହୋଇଥିବାବେଳେ ୧୨୬ ଜଣ ସୁସ୍ଥ ହୋଇଛନ୍ତି ଓ ୩୯ଜଣ ଚିକିତ୍ସିତ ହେଉଛନ୍ତି।