ପିପିଲି ଟୋଲ୍ ଗେଟରେ ବିକ୍ଷୋଭ

ପୁରୀ ,ଏନ୍ଏନ୍ଏସ୍: ପିପିଲି ଟୋଲ୍ ଗେଟରେ କୃଷକ ମୋର୍ଚ୍ଚା ଓ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମସ୍ତ ଗାଡ଼ିକୁ ଟିକସ ମୁକ୍ତ ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ବିକ୍ଷୋଭ କରିଛି। ଗିରଫ ନହେବା ପର୍ଯ୍ୟନ୍ତ ଟିକସ ଆଦାୟ ବନ୍ଦ ରଖିବୁ ବୋଲି ଆନ୍ଦୋଳନକାରୀ କହିଛନ୍ତି। ବିକ୍ଷୋଭ ଯୋଗୁ ବିନା ଟିକସରେ ଗାଡ଼ି ମଟର ଯାତାୟତ କରୁଛି। ଅନ୍ୟପଟେ ସେମାନେ ଚାଷୀ ଆନ୍ଦୋଳନକୁ ମଧ୍ୟ ସମର୍ଥନ କରିଛନ୍ତି।