ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ପୁଲିସ ପୃଥକ ଭାବେ ଦୁଇଟି ସ୍ଥାନରେ ଚଢ଼ଉ କରି ୩୫ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ବୃନ୍ଦାମାଲର କିଶୋର ବେହେରା ଓ ଭୁର୍କାମୁଡ଼ାର ସୁରେନ୍ଦ୍ର ରୋହିଦାସ ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଅଭିଯୁକ୍ତମାନେ ଝାରସୁଗୁଡ଼ା ସହରକୁ ମଦ ଚାଲାଣ କରୁଥିବାବେଳେ ପୁଲିସ ହାତରେ ଧରା ପଡ଼ିଥିଲେ। ପୁଲିସ କିଶୋର ନିକଟରୁ ୨୦ ଓ ସୁରେନ୍ଦ୍ର ନିକଟରୁ ୧୫ ଲିଟର ମଦ ଜବତ କରିଛି। ଏଥିସହିତ ବଡ଼ମାଲ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।