ରିଆମାଳ ବ୍ଲକରେ ୨୪ ଘଣ୍ଟାରେ ୩ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ଯାଏଁ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାର ବାରକୋଟ, ରିଆମାଳ ଓ ତିଳେଇବଣି ବ୍ଲକର ବିଭିନ୍ନ ଗ୍ରାମରେ ମାଡି ଚାଲିଥିବା କରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ସର୍ବାଧିକ ସଂକ୍ରମିତ ଗ୍ରାମଗୁଡିକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।

ଆଜି ରିଆମାଳ ବ୍ଲକ ଅନ୍ତର୍ଗତ ତିମୂର ଓ ପଳସମା ଗ୍ରାମକୁ ପ୍ରଶାସନ ପକ୍ଷରୁ ନିଶିଦ୍ଦାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଗତକାଲି ଖଇରପାଲି ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା। ଉପରୋକ୍ତ ଗ୍ରାମ ଗୁଡିକରେ ପୁଲିସ ପକ୍ଷରୁ ଡକାବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ନେଇ ଗ୍ରାମବାସୀଙ୍କୁ ସୂଚନା ଦେବା ସହ ଅତି ଜରୁରୀ କାର୍ଯ୍ୟ ନଥିଲେ ଘରୁ ବାହାରକୁ ଯିବା ନେଇ କଟକଣା ଜାରି କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରିଆମାଳ ବ୍ଲକରେ ଶତାଧିକ କରୋନା ସଂକ୍ରମିତ ଚି଼ହ୍ନଟ ପରେ ଜନସାଧାରଣଙ୍କ ମଧ୍ୟରେ ପରିସ୍ଥିତିର ଜଟିଳତାକୁ ନେଇ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି। ଜନସାଧାରଣ ଭୟଭିତ ନହୋଇ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶାବଳିକୁ ପାଳନ କରି ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ କରିବା, ସାବୁନରେ ହାତ ଧୋଇବା, ସାନିଟାଇଜରର ବ୍ୟବହାର କରିବା, ଗହଳି ନକରି ସୁରକ୍ଷିତ ଭାବେ ଘରେ ରହି କରୋନା ମହାମାରୀର ମୁକାବିଲା କରି ପ୍ରଶାସନକୁ ସହଯୋଗ କରିବା ପାଇଁ ରିଆମାଲ ବିଡ଼ିଓ ଦିବ୍ୟ ଶଙ୍କର ଜୟପୁରିଆ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।