ରାଜଧାନୀରେ ୧୦୩୪ କରୋନାରେ ସଂକ୍ରମିତ, ୧୦୧୯ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ଆଉ ୧୦୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୪ଜଣ ଓ ସ୍ଥାନୀୟ ସଂକ୍ରମଣ ୮୮୦ଜଣ ରହିଛନ୍ତି। ଅନ୍ୟପଟେ ୧୦୧୯ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ହଜାର ୫୩୦ ହୋଇଥିବାବେଳେ ୪୨ହଜାର ୧୫୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୭୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦ହଜାର ୭୫ଜଣ ଚିକିତ୍ସିତ ହେଉଛନ୍ତି।