୩ ହଜାର ପାରକଲା ଓମିକ୍ରନ୍ ମାମଲା

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ସୁଦ୍ଧା ୩ ହଜାର ପାରକରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଏହି ସୂଚନା ମିଳିଥିବାବେଳେ ଏହି ଭାରିଆଣ୍ଟ୍ ବର୍ତ୍ତମାନ ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟାପିଥିବା ଜଣାପଡିଛି। ୮୭୬ ଆକ୍ରାନ୍ତଙ୍କ ସହ ମହାରାଷ୍ଟ୍ର ଏବେମଧ୍ୟ ତାଲିକାର ଶୀର୍ଷରେ ରହିଛି।

ଏହାପଛକୁ ଦିଲ୍ଲୀ (୪୬୫), ରାଜସ୍ଥାନ (୨୯୧), କେରଳ (୨୮୪), କର୍ଣ୍ଣାଟକ (୩୩୩) ଓ ଗୁଜରାଟ (୨୦୪) ରହିଛି। ଏହାବ୍ୟତୀତ ତାମିଲନାଡୁ, ହରିୟାଣା ଓ ତେଲେଙ୍ଗାନାରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଅତିକ୍ରମ କରିଛି। ଏହାବ୍ୟତୀତ ତେଲେଙ୍ଗାନା, କର୍ଣ୍ଣାଟକ, ହରିୟାଣା, ଓଡ଼ିଶା, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମେଘାଳୟ, ଚଣ୍ଡିଗଡ଼, ଜମ୍ମୁ-କଶ୍ମୀର, ଆଣ୍ଡାମାନ ନିକୋବର, ପଞ୍ଜାବ, ହିମାଚଳ ପ୍ରଦେଶ, ଆସାମ, ଲଦାଖ ଓ ମଣିପୁରରେ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।