ପାକିସ୍ତାନରୁ ମୁମ୍ବାଇ ଆସିଛନ୍ତି ୩ ଆତଙ୍କବାଦୀ

ମୁମ୍ବାଇ: ଏପ୍ରିଲ ୭ ତାରିଖରେ ୩ଜଣ ଆତଙ୍କବାଦୀ ମୁମ୍ବାଇ ଆସିଛନ୍ତି । ମୁମ୍ବାଇ ପୁଲିସ କଣ୍ଟ୍ରୋଲକୁ ଜଣେ ଅଜଣା ବ୍ୟକ୍ତି ଫୋନ୍ କରି ଏପରି ଦାବୀ କରିଛନ୍ତି । ଉକ୍ତ ଆତଙ୍କବାଦୀଙ୍କର ଲିଙ୍କ ପାକିସ୍ତାନ ସହ ଜଡ଼ିତ ରହିଛି । କେବଳ ଏତିକି ନୁହେଁ ଫୋନ୍ କରିଥିବା ବ୍ୟକ୍ତି ଜଣେ ଆତଙ୍କବାଦୀର ନାମ ମୁଜୀବ ସୈୟଦ କହିବା ସହ ତା’ର ଗାଡ଼ି ଓ ମୋବାଇଲ ନମ୍ବର ମଧ୍ୟ ପୁଲିସକୁ ଦେଇଛନ୍ତି ।

ସୂତ୍ରରୁ ଜଣାପଡ଼ିଛି କି, ସମ୍ପୃକ୍ତ କଲର ଜଣକ ହେଉଛନ୍ତି ରାଜା ଠୋଙ୍ଗେ । ଏହି କଲ ପରେ ମୁମ୍ବାଇ ପୁଲିସ ସମ୍ପୂର୍ଣ୍ଣ ରୂପେ ସତର୍କ ରହିଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ମାର୍ଚ୍ଚ ୧ ତାରିଖ ରାତି ୧୧ଟାରେ ଜଣେ ଅଜଣା ବ୍ୟକ୍ତି କଲ କରି ମୁମ୍ବାଇର କୁର୍ଲିରେ ୧୦ ମିନିଟରେ ବିସ୍ଫୋରଣ ହେବା କଥା କହିଥିଲେ । ଏହାପରେ ପୁଲିସ ସମୟ ଅପଚୟ ନକରି ଯଥାଶୀଘ୍ର ଯାଞ୍ଚ ପାଇଁ ଟିମ୍ ଲଗାଇ ଦେଇଥିଲା । କିନ୍ତୁ ଘଣ୍ଟାଏ ପର୍ଯ୍ୟନ୍ତ ଯାଞ୍ଚ କରିବା ସତ୍ୱେ ପୁଲିସକୁ ସେଠାରୁ କୌଣସି ସନ୍ଦେହସ୍ପଦ ଜିନିଷ ମିଳି ନଥିଲା ।