ଲଢ଼ୁଆ ବିମାନରେ ରାଷ୍ଟ୍ରପତିଙ୍କ ଉଡ଼ାଣ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସାମ ଗସ୍ତର ଆଜି ହେଉଛି ତୃତୀୟ ଦିନ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଆଜି ଆସାମର ତେଜପୁର ଏୟର ଫୋର୍ସ ଷ୍ଟେସନରୁ ସୁଖୋଇ-୩୦ ଏମକେଆଇ ଲଢ଼ୁଆ ବିମାନରୁ ଏକ ଐତିହାସିକ ଉଡ଼ାଣ ଭରିଛନ୍ତି। ଏହି ସମୟରେ ପ୍ରାୟ ୩୦ ମିନିଟ ପାଇଁ ଉଡ଼ାଣ ଭରିଥିଲେ । ବାୟୁସେନା ଷ୍ଟେସନ ଫେରିବା ପୂର୍ବରୁ ସେ ହିମାଲୟ ବ୍ୟୁ ବ୍ରହ୍ମପୁତ୍ର ଏବଂ ତେଜପୁର ଘାଟି ଅତିକ୍ରମ କରିଥିଲେ । ବିମାନକୁ ୧୦୬ ସ୍କ୍ୱାଡ୍ରନର କମାଣ୍ଡିଂ ଅଫିସର ଗ୍ରୁପ କ୍ୟାପ୍ଟେନ ନବୀନ କୁମାର ଉଡ଼ାଇ ଥିଲେ । ବିମାନ ସମୁଦ୍ର ସ୍ତରରୁ ପ୍ରାୟ ୨କିମି ଉଚ୍ଚତା ଓ ୮୦୦ କିମି ପ୍ରତି ଘଣ୍ଟା ବେଗରେ ଉଡ଼ାଣ ଭରିଥିଲେ ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପରି ଉଡ଼ାଣ ଭରିଥିବା ତୃତୀୟ ରାଷ୍ଟ୍ରପତି ଓ ଦ୍ୱିତୀୟ ମହିଳା । ଏହାପୂର୍ବରୁ ପ୍ରତିଭା ଦେବୀ ସିଂ ପଟେଲ ଉଡ଼ାଣ ଭରିଥିଲେ ।