ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ୮୨ ବର୍ଷ ବୟସରେ ପରଲୋକ, ରାମାୟଣରେ ନିଭାଇ ଥିଲେ ରାବଣ ଭୂମିକା

ନୂଆଦିଲ୍ଲୀ,ଏଜେନ୍ସି: ଟେଲିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ରାମାୟଣରେ ରାବଣ ଭୂମିକାର ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଯାଇଛି। ସେ ୮୨ ବର୍ଷ ବୟସରେ ଅନ୍ତିମ ଶ୍ୱାସକ୍ରିୟା କରିଛନ୍ତି। ତ୍ରିବେଦୀ ରାମନ୍ଦ ସାଗରଙ୍କ ରାମାୟଣରେ ରାବଣ ଭୂମିକା ନିଭାଇଥିଲେ। ଏହି ଧାରାବାହିକକୁ ଭାରତରେ ବହୁତ ପ୍ରଶଂସା କରାଯାଇଥିଲା।

ସୂଚନା ଅନୁସାରେ ଅରବିନ୍ଦ ତ୍ରିବେଦୀଙ୍କ ଅନ୍ତିମ ସଂସ୍କାର ଆଜି (ବୁଧବାର) ମୁମ୍ବାଇର ହନାନୁକରୱାଡି ଶ୍ମଶାନ ଘାଟରେ ହେବ। ସେ ଦୀର୍ଘ ଦିନ ହେବ ରୋଗରେ ପୀଡିତ ଥିଲେ। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଗୁଜରାଟି ଚଳଚ୍ଚିତ୍ର ‘ମାତେମା ବୀଜା ୱଗଦାନ ୱା’ରେ ଅଭିନୟ କରିଥିଲେ। ଏହା ଥିଲା ତାଙ୍କର ଶେଷ ଫିଲ୍ମ।

ରାମାୟଣ ଧାରାବାହିକ ବ୍ୟତୀତ ଅରବିନ୍ଦ ତ୍ରିବେଦୀ ଆହୁରି ଅନେକ ସିରିଏଲରେ ଅଭିନୟ କରିଥିଲେ। ଟିଭି ପଦରଦାରେ ସେ ବିକ୍ରମ ଓ ବେତାଳରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ।