ଭାରତକୁ ଆସୁଛି ଆଉ ୩ ରାଫେଲ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ବାୟୁସେନାକୁ ଅଧିକ ଶକ୍ତି ମିଳୁଛି। ବାୟୁସେନାରେ ୩ଟି ନୂଆ ରାଫେଲ ବିମାନ ସାମିଲ ହେବାକୁ ଯାଉଛି। ଫ୍ରାନ୍ସର ଏୟାରବେସରୁ ଆସୁଥିବା ଏହି ଲଢୁଆ ଯୁଦ୍ଧ ବିମାନ ଗୁଜରାଟର ଜାମନଗରରେ ଅବତରଣ କରିବ। ଭାରତରେ ଏପର୍ଯ୍ୟନ୍ତ ମୋଟ ୨୬ଟି ରାଫେଲ ମହଜୁଦ ରହିଛି। ପୁଣି ୩ଟି ରାଫେଲ ଆସିବା ପରେ ମୋଟ ସଂଖ୍ୟା ୨୯ରେ ପହଂଚିବ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତରେ ୨୯ଟି ରାଫେଲ ସଂଖ୍ୟା ହେବା ପରେ ଉତ୍ତର ଓ ପୂର୍ବ ସୀମାରେ ଏହାକୁ ବ୍ୟାପକ ଭାବରେ ମୁତୟନ କରାଯାଇପାରିବ। ରାଫେଲକୁ ତିବତ ସ୍ବାୟତ୍ତ ଶାସନ କ୍ଷେତ୍ରରେ ଶତ୍ରୁଙ୍କ ବାୟୁ ରକ୍ଷା ତନ୍ତ୍ରକୁ ପରାସ୍ତ କରିବା ଲକ୍ଷ୍ୟ ଓ ଲକ୍ଷ୍ୟ ଉପରେ ଆକ୍ରମଣ କରିବାରେ ସକ୍ଷମ ପ୍ରଥମ ବିମାନ କୁହାଯାଇଥାଏ। ଭାରତୀୟ ବାୟୁସେନା ଚଳିତ ବର୍ଷ ଜୁଲାଇ ୨୮ରେ ପୂର୍ବ ବାୟୁ କମାଣରେ ବାୟୁସେନା ଷ୍ଟେସନ ହାସୀମାରାରେ ଔପଚାରିକ ଭାବେ ରାଫେଲ ବିମାନକୁ ସାମିଲ କରିଥିଲ‌ା। ୧୦୧ ସ୍କ୍ବାଡ୍ରନ ବାୟୁସେନାର ୨ୟ ସ୍କ୍ବାଡ୍ରନ ଅଟେ, ଯେଉଁଥିରେ କି ରାଫେଲକୁ ମୁତୟନ କରାଯାଇଛି।