ପୁଲିସ ଏନକାଉଣ୍ଟରରେ ୨ କୁଖ୍ୟାତ ଅପରାଧୀ ଆହତ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲା ବିଶ୍ରା ଛକ ନିକଟରେ ପୁଲିସର ଏନକାଉଣ୍ଟର। ଦୁଇ ହତ୍ୟା ଅଭିଯୁକ୍ତ ପୁଲିସ ଏନକାଉଣ୍ଟରରେଳ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ଏନକାଉଣ୍ଟଟରରେ ଗୁରୁତର ହୋଇଥିବା ୨ ଅପରାଧୀ ହେଉଛନ୍ତି ମୁସତାକ ଆଲମ ଓ ଏମଡି ଗୁଡୁ।

ସୂଚନା ଅନୁସାରେ, ରାଉରକେଲା ବିଶ୍ରା ଛକ ନିକଟରେ ୨ ଜଣ ଅପରାଧୀଙ୍କୁ ଘେରିଯାଇଥିଲେ ପୁଲିସ। ପୁଲିସ ଘେରିବା ଦେଖି ଆକ୍ରମଣ କରିବାକୁ ଲାଗିଥିଲେ। କିଛି ସମୟ ଧରି ପୁଲିସ ଅପରାଧୀ ମୁହାଁମୁହିଁ ହୋଇଥିଲେ। ଶେଷରେ ପୁଲିସ ଗୁଳିରେ ୨ ଅପରାଧୀ ମୁସତାଜ ଆଲମ ଓ ଏମଡି ଗୁଡୁ ଗୁରୁତର ହୋଇଛନ୍ତି।

ତେବେ ଉଭୟଙ୍କ ଗୋଡରେ ଗୁଳି ବାଜିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ପ୍ଲାଣ୍ଟ ସାଇଡ ଥାନା ରେଲୱେ କଲୋନୀ ରିମଝିମ ବସ୍ତିରେ ଘଟିଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ଏହି ୨ ଅପରାଧୀ।