ନିଖୋଜ ୩ ନାବାଳିକାଙ୍କ ମିଳିଲା ପତ୍ତା

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ପୁରୁଣା ବସ୍ତିର ନିଖୋଜ ହୋଇଯାଇଥିବା ୩ ଜଣ ନାବାଳିକାଙ୍କ ପତ୍ତା ମିଛିଛି। ସେମାନେ ହେଲେ କୈଳାସ ଦାଙ୍କ ଝିଅ ଗୀତା ଦାସ(୧୩), ରଶ୍ମିତା ଦାସ(୧୨) ଓ ଭଗବାନ ଛଛାନଙ୍କ ଝିଅ ବନିତା ଛଛାନ(୧୨) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଏହି ନାବାଳିକାମାନେ ଗୁରୁବାର ଘରୁ ବିଦ୍ୟାଳୟକୁ ବାହାରିଥିଲେ। ତେବେ ବିଦ୍ୟାଳୟ ଛୁଟି ହେବା ପରେ ମଧ୍ୟ ସେମାନେ ଘରକୁ ଫେରି ନଥିଲେ।

ତାଙ୍କ ଘର ଲୋକେ ଆଖପାଖ ଅଂଛଳରେ କିଛି ସମୟ ଖୋଜାଖୋଜି କରିଥିଲେ ହେଁ ସେମାନଙ୍କୁ ପାଇ ନଥିଲେ। ଏନେଇ ଝାରସୁଗୁଡା ଟାଉଥାନାରେ ନାବାଳିକାମାନଙ୍କ ନିଖୋଜ ହୋଇଥିବା ସେମାନଙ୍କ ପରିବାରବର୍ଗଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା। ପରିବାର ବର୍ଗଙ୍କ ଅଭିଯୋଗ ପରେ ଝାରସୁଗୁଡା ଟାଉନଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ସାଦା ପୋଷାକଧାରୀ ପୁଲିସ ତାଙ୍କୁ ଉଦ୍ଧାର କରିଛନ୍ତି।