ଦେଶରେ ଗତ ୨୪ ଘଣ୍ଟାରେ ୩.୩୩ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ୫୨୫ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ତୃତୀୟ ଲହରରେ ଦେଶରେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ତିନି ଲକ୍ଷ ଉପରେ ରହୁଛି। ଦିନେ ସଂକ୍ରମଣ ହ୍ରାସ ପାଉଛି ତ ଦିନେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୩ ହଜାର ୫୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୫୨୫ ଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଦେଶରେ ୨୧ ଲକ୍ଷ ୮୭ ହଜାର ୨୦୫ ସକ୍ରିୟ ସଂକ୍ରମିତ ରହିଛନ୍ତି। ଭାରତରେ ଦୈନିକ ସଂକ୍ରମଣ ହାର ଏବେ ୧୭.୭୮% ରହିଛି।

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୮ ହଜାର ୨୧୮ ରେ ପହଁଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୯ ହଜାର ୧୬୮ ଜଣ ସୁସ୍ଥ ହୋଇଛନ୍ତି। ଏହା କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୩,୬୩,୦୧,୪୮୨ରେ ପହଁଞ୍ଚିଛି।

ତେବେ ସମଗ୍ର ଦେଶର କେରୋନା ଟିକା କରଣ ୧୬୧.୯୨ କୋଟି ଡୋଜ୍ ପାର କରିଛି। ସମଗ୍ର ଦେଶରେ ଗତ ୨୪ ଘଣ୍ଟାରେ ୧୮ ଲକ୍ଷ ୭୫ ହଜାର ୫୩୩ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ଏବେ ୧୬.୮୭% ରହିଛି।