ପାଇଖାନାରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

  • ବ୍ରହ୍ମପୁର: ନବନିର୍ମିତ ପାଇଖାନା ଫଲ୍ସ ଖୋଲିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ୩ ଜଣ ଶ୍ରମିକ। ୠୁରୁବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ବିକ୍ରମପୁର ଗାଁରେ ଏଭଳି ଘଟଣା ଘଟିଛି।
    ଗୋପାଳପୁର ଥାନା ବିକ୍ରମପୁର ଗାଁର ପି. ସଦାନନ୍ଦ ଏକ ନୂଆ ଘର ନିର୍ମାଣ କରିଛନ୍ତି। ସେହି ଘରର ପାଇଖାନା ନିର୍ମାଣ ହୋଇଥିଲା। ଅଜି ସନ୍ଧ୍ୟାବେଳେ ରାଜମିସ୍ତ୍ରୀ ପାଇଖାନା ଫଲ୍ସ ଖୋଲିବାକୁ ଭିତରକୁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ବାହାରକୁ ଆସିନଥିଲେ। ପରେ ପି.ସଦାନନ୍ଦଙ୍କ ଦୁଇ ପଡୋଶୀ ପାଇଖାନା ଭିତରକୁ ଯାଇଥିଲେ। ହେଲେ ସେମାନେ ମଧ୍ୟ ବାହାରକୁ ଆସିନଥିଲେ।
    ପରେ ଗାଁ ଲୋକେ ୩ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପାଇଖାନା ଭିତରୁ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ରାତି ପ୍ରାୟ ସାଢ଼େ ୭ଟାବେଳେ ମେଡିକାଲ୍ କର୍ତ୍ତୃପକ୍ଷ ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି।