ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଉକାମ୍ବା ପଞ୍ଚାୟତର ସୁଭଦ୍ରାପୁର ଗ୍ରାମର ପାତଲା ଭାଷାଙ୍କ ଘରେ ନିଆଁ ଲାଗି ୩ ବଖରା ଜଳିଯାଇଛି। ଝିଅ ବାହାଘର ପାଇଁ ପାତଲା ୨ ସ୍ୱୟଂ ସହାୟକ ଗୋଷ୍ଠୀରୁ ୧ଲକ୍ଷ ୩୦ହଜାର ଟଙ୍କା ଋଣ କରିଥିବା ଟଙ୍କା ସହ ନିଜ ଖାଦ୍ୟ ଶସ୍ୟ ଓ ବିଭିନ୍ନ ଆସବାବପତ୍ର ପୋଡ଼ି ଯାଇଥିବା ଜଣାପଡ଼ିଛି । ଖବରପାଇ ଉକାମ୍ବା ସରପଞ୍ଚ ବନମାଳୀ ଗମାଙ୍ଗ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ଭେଟିବା ସହ ପଞ୍ଚାୟତ ପକ୍ଷରୁ ୨୦କେଜି ଚାଉଳ ସହ ବ୍ୟକ୍ତିଗତ ଭାବେ୨ହଜାର ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ସରକାରଙ୍କ ପକ୍ଷରୁ ସରକାରୀ ସହାୟତା ଓ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।