ହିନ୍ଦୁସ୍ତାନୀ ମୁସଲମାନ ହେବାକୁ ନେଇ ମୁଁ ବେଶ୍ ଗର୍ବିତ : ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: ରାଜ୍ୟସଭାରେ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଗୁଲାମ ନବୀଙ୍କ ସମ୍ମାନରେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ ସାଂସଦ ବିଦାୟ ଭାଷଣ ଦେଇଥିଲେ। ଏହାପରେ ଯେତେବେଳେ ଗୁଲାମ ନବୀଙ୍କର ବକ୍ତବ୍ୟ ରଖିବାର ପାଳି ଆସିଲା ସେ କହିଲେ ଯେ, ମୁଁ ଭାଗ୍ୟଶାଳୀ କି ପାକିସ୍ତାନ ଯାଇନି ଏବଂ ହିନ୍ଦୁସ୍ତାନୀ ମୁସଲମାନ ହେବାକୁ ନେଇ ବେଶ୍ ଗର୍ବିତ। ଏହି ସମୟରେ ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣକୁ ନେଇ ସେ ଭାବପ୍ରବଣ ହୋଇଯାଇଥିଲେ।

ଗୁଲାମ ଆହୁରି କହିଛନ୍ତି ଯେ, ମୁଁ ଭୂସର୍ଗ ଅର୍ଥାତ ଭାରତରେ ରହିଥିବାରୁ ନିଜକୁ ଧନ୍ୟ ମଣୁଛି। ମୁଁ ତ ସ୍ୱାଧୀନତା ପରେ ଜନ୍ମ ହୋଇଛି। କିନ୍ତୁ ଗୁଗୁଲ ଓ ୟୁଟ୍ୟୁଟରେ ପଢ଼ିବା ଏବଂ ଦେଖିବା ପରେ ପାକିସ୍ତାନ ଯାଇନଥିବାରୁ ନିଜକୁ ଭାଗ୍ୟଶାଳୀ ଭାବୁଛି। ପାକିସ୍ତାନର ସ୍ଥିତି ଦେଖି ମୁଁ ହିନ୍ଦୁସ୍ତାନୀ ହେବାକୁ ନେଇ ଗର୍ବ ଅନୁଭବ କରୁଛି।

ସୂଚନାଯୋଗ୍ୟ, ଗୁଲମ ନବୀ ଆଜାଦ ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ। ସେ ପାଖାପାଖି ୪୧ ବର୍ଷ ସଂସଦୀୟ ରାଜନୀତିରେ ସକ୍ରିୟ ଥିଲେ। ଗୁଲାମ ନବୀ ୨୦୧୪ରୁ ରାଜ୍ୟସଭାରେ ବିପକ୍ଷ ଦଳର ନେତା ରୂପେ ଦାୟିତ୍ୱ ତୁଲାଉଥିଲେ। ସେ ୫ଥର ରାଜ୍ୟସଭା ଓ ୨ଥର ଲୋକସଭା ସାଂସଦ ରହିଛନ୍ତି।