୩ ହାଇୱା ଓ ୧ ଟ୍ରାକ୍ଟର ଜବତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ୪୯ ନଂ ଜାତୀୟ ରାଜପଥ ତୁରୁମୁଙ୍ଗା ପେଟ୍ରୋଲ ପମ୍ପ ନିକଟରୁ ତୁରୁମୁଙ୍ଗା ପୁଲିସ ୪ଟି ଗାଡିକୁ ଜବତ କରିଛି। ଜବତ ଗାଡି ମଧ୍ୟରୁ ୩ ଟି ହାଇୱା ଓ ଗୋଟିଏ ଟ୍ରାକ୍ଟର ଥିବା ତୁରୁମୁଙ୍ଗା ଥାନା ଅଧିକାରୀ ଶୁଶାନ୍ତମଣୀ ମହାନ୍ତି ସୂଚନା ଦେଇଛନ୍ତି। ତେବେ ଏହି ଗାଡି ଗୁଡିକ ଟ୍ରାଞ୍ଜିଟ୍ ପାସକୁ ଫାଙ୍କି ବେଆଇନ ଭାବରେ ବିଭିନ୍ନ ବାଲିଘାଟରୁ ବାଲି ନେଇ କେନ୍ଦୁଝର, ରାଇସୁଆଁ, ପଳାସପଙ୍ଗା ଓ ନରଣପୁର ଅଞ୍ଚଳରେ ବାଲି ଚାଲାଣ କରୁଥିବା ଥାନା ଅଧିକାରୀ କହିଛନ୍ତି।