ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ମାଲକାନଗିରି,ଏନ୍ଏନ୍ଏସ୍: ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଛତିଶଗଡ଼ ପୁଲିସକୁ ମିଳିଲା ବଡ ସଫଳତା। ଦନ୍ତେୱାଡା ଏସପି ଅଭିଶେଖ ପଲ୍ଲଭଙ୍କ ନିକଟରେ ଆତ୍ମସମର୍ପଣ କଲେ ୩ ଜଣ ହାର୍ଡକୋର ମାଓବାଦୀ। ସେମାନଙ୍କ ମଧ୍ୟରୁ ରୋଶନ ତାତି ଓରଫ ରାଜୁ ହେଉଛନ୍ତି ନକ୍ସଲ ପନ୍ଥୀଙ୍କ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ମେମ୍ବର। ଛତିଶଗଡ଼ ସରକାର ପୂର୍ବରୁ ତାଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ।

ସେହପରି ସୁକଲୁ ଆଲମି ଓରଫ ଜିରା ହେଉଛନ୍ତି ନକ୍ସଲ ପନ୍ଥୀଙ୍କ ମିଲିଟାରୀ ପ୍ଲାଟୁନ କମାଣ୍ଡର। ତାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ପୂର୍ବରୁ ୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ମଧ୍ୟ ଘୋଷଣା କରିଥିଲେ। ଏହାସହ ଅନ୍ୟ ଜଣେ ହେଉଛନ୍ତି ଏରିଆ କମିଟି ମେମ୍ବର। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲପନ୍ଥୀଙ୍କୁ ଛତିଶଗଡ ସରକାରଙ୍କ ଲୋନ୍ ବାରେନ୍ତୁ ଯୋଜନାରେ ଥଇଥାନ କରାଯିବ ବୋଲି ଦନ୍ତେୱାଡା ଏସପି ଅଭିଶେଖ ପଲ୍ଲଭ କହିଛନ୍ତି।