ଇସ୍କନ ମନ୍ଦିର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌କୁ ପିଟିଲା ହାଇଓ୍ୱା, ୨ ଗୁରୁତର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଇସ୍କନ ମନ୍ଦିର ନିକଟ ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ନୟାପଲ୍ଲୀ ପୁଲିସ ପହଞ୍ଚିଛି।

ଖବର ଅନୁଯାୟୀ, ନୟାପଲ୍ଲୀ ଇସ୍କନ ମନ୍ଦିର ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ବାଲି ବୋଝେଇ ହାଇଓ୍ୱା ଧକ୍କା ଦେଇଥିଲା। ଫଳରେ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଓ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।