ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୩ ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ପୁଲିସ ନିକଟରେ ୩ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମୋଇନୁ ଖରା, ରଘୁନାଥ ଖରା ଓ ରାମା ଅବକା। ଏମାନଙ୍କ ମଧ୍ୟରୁ ୨ଜଣ ଏରିଆ କମିଟି ମେମ୍ବର ଥିବାବେଳେ ଜଣେ ପାର୍ଟି ମେମ୍ବର ଥିଲେ। ରାମା ଓ ମୋଇନୁ ଛତିଶଗଡ଼ର ବିଜାପୁର ଜିଲ୍ଲାର ହୋଇଥିବାବେଳେ ରଘୁ ଖରା ସ୍ୱାଭିମାନ ଅଞ୍ଚଳର ବୋଲି ଜଣାପଡ଼ିଛି । ରାମା ଓ ମୋଇନୁ ନାମରେ ୪ଲକ୍ଷ ଟଙ୍କା ଓ ରଘୁ ନାମରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ସ୍ୱାଭିମାନ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବାସହ ପୁଲିସର କୁମ୍ବିଙ୍ଗ ଅପରେସନ ଜୋରଦାର କରାଯାଉଥିବାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସେମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏସପି ରିଷିକେଶ ଡି ଖିଲାରୀ ପ୍ରକାଶ କରିଛନ୍ତି ।