ବ୍ରିଜ ତଳକୁ ଖସି ୩ ସାଙ୍ଗ ମୃତ, ୨ ଗୁରୁତର

ଦିଗପହଣ୍ଡି,ଏନ୍ଏନ୍ଏସ୍ : ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୌତମୀ ନିକଟସ୍ଥ ଋଷିକୂଲ୍ୟା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଋଷିକୂଲ୍ୟା ମୁଖ୍ୟ କେନାଲରେ ଥିବା ବ୍ରିଜରୁ ଦୁଇଟି ବାଇକ ଖସିପଡ଼ିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ୫ ଜଣ ସାଙ୍ଗ ଦୁଇଟି ବାଇକରେ ନୂଆବର୍ଷରେ ପିକନିକ ସାରି ଘରକୁ ଫେରୁଥିଲେ। କୌଣସି କାରଣରୁ ବାଇକ ଦୁଇଟି ଗୌତମୀ ନିକଟସ୍ଥ ଋଷିକୂଲ୍ୟା ମୁଖ୍ୟ କେନାଲରେ ଥିବା ବ୍ରିଜରୁ ଖସିପଡ଼ିଥିଲା। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବୋଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି।