ବିଲରୁ ଫେରୁଥିବା ବେଳେ ବଜ୍ରପାତ: ୩ ମୃତ, ୬ ଗୁରୁତର

ଜଳେଶ୍ଵର,ଏନ୍ଏନ୍ଏସ୍: ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କ ଜୀବନ। ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଓ ବସ୍ତା ବ୍ଲକରେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଜଳେଶ୍ୱର ବ୍ଲକ୍ ରାଜପୁର ଅଞ୍ଚଳରେ ଘଟିଛି ଏଭଳି ଅଘଟଣ। ବିଲ ରୁଆ କାମ ସାରି ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଜଳେଶ୍ୱର ବ୍ଲକର ମୃତ ମହିଳା ଜଣଙ୍କ ବରଢିଆ ପଞ୍ଚାୟତର ପୂର୍ଣ୍ଣିମା ସିଂ ବୋଲି ଜଣାପଡିଛି।