ସିଆରପିଏଫ ଯବାନଙ୍କ ଗୁଳିରେ ୩ ମାଓବାଦୀ ମୃତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ସିଆରପିଏଫ ଯବାନଙ୍କ ଗୁଳିମାଡ଼ରେ ଆଜି ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଉକ୍ତ ଅଞ୍ଚଳରେ ନୂଆ କରି ଏକ ସିଆରପିଏଫ କ୍ୟାମ୍ପ ଲାଗିଥିଲା। ଏହି କ୍ୟାମ୍ପକୁ ବିରୋଧ କରି ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ପ୍ରତି ଉତ୍ତରରେ ସିଆରପିଏଫ ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ। ଏଥିରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।