ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଭିଡିଓ କ୍ଲାସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ସଂକଟ ଟଳିନଥିବା ବେଳେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ଅବହେଳା ଦେଖାଦେଇଛି। ଏନେଇ ଗତ କିଛିଦିନ ତଳେ ରାଜଧାନୀରେ ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜରେ ପାଠ ପଢ଼ାଯାଇନଥିବା ଅଭିଯୋଗ କରି ପରୀକ୍ଷା ବାତିଲ କରିବାକୁ ଧାରଣା ଦେଇଥିଲେ।

ଗତବର୍ଷ କୋଭିଡ କଟକଣା ସମୟରେ ସ୍କୁଲ ଓ କଲେଜରେ ଅନଲାଇନରେ ଭିଡିଓ କ୍ଲାସ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସମାନ କାରଣରୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଭିଡିଓ କ୍ଲାସ ହେବ। ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଡିଏଚଏସଇ। ଡିଏଚଏସଇ ଆଗ୍ରହୀ ଓ ଅନୁଭବୀ ଶିକ୍ଷକଙ୍କ ତାଲିକା ମାଗିଛି। ମେ’ ୨୧ ତାରିଖ ସୁଦ୍ଧା ଶିକ୍ଷକଙ୍କ ତାଲିକା ଦେବାକୁ କୁହାଯାଇଛି।