ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ବ୍ଲକର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସଭା ଗୃହରେ ବ୍ଲକରେ କାର୍ଯ୍ୟରତ ମେଟଙ୍କ ୩ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ, ଏପିଓ ସୁମନ୍ତ ଉଠାଣ ସିଂ, ଏନଆରଏମ ଏକ୍ସପୋର୍ଟ ରାଜେଶ କୁମାର ପାହି ଓ ମନରେଗା ସହାୟକ ଜିତେନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ ମେଟଙ୍କୁ ତାଲିମ ପ୍ରଦାନ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ ପ୍ରତ୍ୟେକ ଗାଁରେ କରାଯାଉଥିବା କାର୍ଯ୍ୟ ଉପରେ କିଭଳି ଭାବରେ କାମ କରାଯାଇପାରିବ ସେନେଇ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ ବାଲାନ୍ଦା ପଡ଼ା, ଫିରିଙ୍ଗିଆ, ସାଡ଼ୀଙ୍ଗିଆ, କାଶିନୀ ପଦର ପଞ୍ଚାୟତର ୧୦୦ରୁ ଊର୍ଦ୍ଧ୍ୱ ମେଟମାନେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ ।