ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ବ୍ଲକରେ ଦିନକୁଦିନ ଗଞ୍ଜେଇ ଚାଲାଣ ବଢ଼ିବାରେ ଲାଗିଛି । ଆଜି ପୁଣି ଫିରିଙ୍ଗିଆ ପୁଲିସ ଡିଣ୍ଡିରା ଗ୍ରମ ପଞ୍ଚାୟତର କୁଡୁକି ଘାଟି ରାସ୍ତାରୁ ୨୧୦କେଜି ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ ବୋଲେରୋକୁ ଜବତ କରିଛି । ଘଟଣାସ୍ଥଳରୁ ଅନଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଙ୍କରପାଳ ଗାଁର ସରୋଜ କୁମାର ସାହୁ ଓ ଗାଡ଼ି ଡ୍ରାଇଭର ଫେରାର ହୋଇଥିବା ନେଇ ପୁଲିସ ସୂଚନା ଦେଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତକୁ ଧରିବା ଯୋଜନା ଚାଲିଥିବାବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।