ଚିକିତ୍ସା ଅବହେଳାରୁ ୩ ଦିନର ଶିଶୁ ମୃତ୍ୟୁ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ନୟାଗଡ଼,ଏନ୍‌ଏନ୍‌ଏସ୍ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ନବଜୁାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇକ୍ତି । ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ସହ ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ସୂଚନାନୁସାରେ, ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ପଂଚାୟତ ମାଳିସର ଗ୍ରାମର ଚନ୍ଦ୍ରମଣୀ ପ୍ରଧାନଙ୍କ ସ୍ତ୍ରୀ ରୀତା ପ୍ରଧାନ ଗତ ସୋମବାର ଦିନ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ମେଡିକାଲ କର୍ମଚାରୀମାନେ ପୁଅ ହୋଇଛି କହି ୫ ହଜାର ଟଙ୍କା ଦେବାକୁ ଦାବି କରିଥିଲେ ।

ମାତ୍ର ଏହାକୁ ରିତାଙ୍କ ପରିବାର ଲୋକେ ଦେବାକୁ ଅମଙ୍ଗ ହେବାରୁ ଜାଣିଶୁଣି ନବଯାତ ଶିଶୁ ପୁତ୍ରକୁ ଅଣଦେଖା କରାଯାଇଥିଲା । ଫଳରେ ଗତକାଲି ଶିଶୁଟିକୁ ଟିକା ଦିଆଯିବା ପର ଠାରୁ ଜର ଆସିଥିଲେ ମଧ୍ୟ କୈାଣସି ଡାକ୍ତର ତାଙ୍କୁ ଦେଖିବାକୁ ଆସିନଥିଲେ । ଆଜି ଦିନ ଦୁଇଟା ବେଳକୁ ଶିଶୁଟି ଆଲେଜିଆ ହୋଇପଡ଼ିଥିବା ବେଳେ ପରିବାର ଲୋକେ ତାକୁ ଶିଶୁ ବିଭାଗ ଡାକ୍ତର ତିଳୋତ୍ତମା ଷଡ଼ଙ୍ଗୀଙ୍କୁ ବସାକୁ ନେଇ ଦେଖାଇଥିଲେ । ମାତ୍ର ଶିଶୁଟିର ମୃତ୍ୟୁ ଘଟି ସାରିଥିବା କୁହାଯିବା ପରେ ପରିବାର ପକ୍ଷରୁ ମୃତ ଶିଶୁର ଶବକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାତୃ ଶିଶୁ କୋଠା ଆଗରେ ଧାରଣା ଦିଆଯାଇଥିଲା ।

ଏନେଇ ପରିବାର ଲୋକେ ଥାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ସେମାନେ ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଘଟଣାସ୍ଥଳରେ ଟାଉନଥାନା ପୁଲିସ ପହଂଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିବା ବେଳେ ପରିବାର ଲୋକେ ଶିଶୁକୁ ନେଇ ପୁଣିଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାରଣା ଦେଇଛନ୍ତି । ଖବର ଲେଖା ହେବା ପର୍ୟ୍ୟନ୍ତ ଧାରଣା ଚାଲୁ ରହିଛି ।