ସ୍କୁଲ ଭିତରକୁ ପଶିଗଲା ୩ ଭାଲୁ, ଲୋକେ ଭୟଭୀତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ରେ ଭାଲୁର ଆତଙ୍କ। ରାତି ହେଲେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ। ମା ଓ ଦୁଇ ଛୁଆ ଙ୍କୁ ଧରି ମୋଟ ୩ ଟି ଭାଲୁ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି । ଏପରିକି ଭାଲୁ ବିଦ୍ୟାଳୟ ପରିସରରେ ପଶି ଯିବାରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଏହି ଦୃଶ୍ୟ ଯାହା ଆପଣ ଦେଖୁଛନ୍ତି ଏହା ହେଉଛି ଗୋବିନ୍ଦପାଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର । ଅଧରାତି ରେ ସ୍କୁଲ ଭିତରକୁ ରେ ୩ ଟି ଭାଲୁ ଚାଲି ଯାଇଥିଲେ।ପରେ ପିଲା ମାନେ ସମସ୍ତେ ଭାଲୁ ଗୁଡିକୁ ଏକତ୍ର ପାଟି କରି ଘଉଡାଇବା ରୁ ଭାଲୁ ଗୁଡିକ ଚାଲି ଯାଇଥିଲେ ।ଏବଂ ଏହା ସ୍କୁଲର ସିସିଟିଭିରେ କଏଦ ହୋଇଥିଲା ।