ବାର୍ହା ଆକ୍ରମଣରେ ୩ ଆହତ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ଜଙ୍ଗଲୀ ବାର୍ହାର ଆକ୍ରମଣର ଶିକାର ହେଲେ ଗୋଟିଏ ପରିବାରର ୩ଜଣ । ଏହି ଘଟଣାଟି ଝାରସୁଗୁଡ଼ା ସହରସ୍ଥିତ କାପୁମାଲରେ ଘଟିଛି । ମିଳିଥିବା ରିପୋର୍ଟ ମୁତାବକ, ବାର୍ହାଟି ବାଡ଼ି ପଟୁ ଘରକୁ ପଶି ଶୋଇଥିବା ଅବସ୍ଥାରେ ଗୌରୀ ନାୟକ ଏବଂ ତାଙ୍କ ପୁଅ ଝିଅକୁ ଆକ୍ରମଣ କରି ଆହତ କରିଦେଇଛି । ଆହତଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୌରଙ୍କ ମୁହଁ ଓ ପେଟରେ କାମୁଡ଼ି ଦେଇଥିବାବେଳେ ତାଙ୍କ ପୁଅଙ୍କ ଅବସ୍ଥା ଠିକ ଥିବାରୁ ପ୍ରାଥମିକ ଚିକିତ୍ସା କରାଯାଇ ଡାକ୍ତର ଛାଡ଼ି ଦେଇଛନ୍ତି । ଅନ୍ୟପଟେ ମା’ ଓ ଝିଅ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଉକ୍ତ ଘଟଣା ପରେ ସ୍ଥାନୀୟ ଲୋକେ ପିଟିପିଟି ବାର୍ହାକୁ ମାରି ଦେଇଥିବା ଜଣାପଡ଼ିଛି ।