ସୁସ୍ଥ ହେଲେ ଶ୍ରୀଜିଉ

ପୁରୀ,ଏନ୍‌ଏନ୍‌ଏସ୍‌: ମହାପ୍ରଭୁ ଜ୍ୱରରୁ ସୁସ୍ଥ ହୋଇଛନ୍ତି । ଗଜପତିଙ୍କୁ ଭେଟି ଶ୍ରୀଜିଉଙ୍କ ସୁସ୍ଥତା ଖବର ଦଇତାପତି ସେବାୟତ ଦେଇଛନ୍ତି । ଆସନ୍ତା ୧୯ ତାରିଖରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହେବ । ଫଳରେ ଶ୍ରଦ୍ଧାଳୁଙ୍କୁ ସକାଳ ୮ରୁ ୧୧ ଯାଏଁ ଦର୍ଶନ ସୁଯୋଗ ଦିଆଯିବ ବୋଲି ସୂଚନା ମିଳିଛି ।