ଦେଶରେ ୩.୮୬ ଲକ୍ଷ ନୂଆ କୋଭିଡ ପଜିଟିଭ ଚିହ୍ନଟ, ୩୪୯୮ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୮୬ ହଜାର ୪୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪୯୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଜାରି କରାଯାଇଛି।

ଏହି ନୂଆ କୋଭିଡ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୮୭ ଲକ୍ଷ ୬୨ ହଜାର ୯୭୬କୁ ବୃଦ୍ଧି ପାଇଛି। ଅନ୍ୟପଟେ କୋଭିଡ ସଂକ୍ରମିତ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୯୭ ହଜାର ୫୪୦ ଜଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୮୪ ହଜାର ୪୧୮ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ୩୧ ଲକ୍ଷ ୭୦ ହଜାର ୨୨୮ ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସାଧୀନ ଥିବା ବେଳେ ୨ ଲକ୍ଷ ୮ ହଜାର ୩୩୦ ଜଣଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ଦେଶରେ ଆଜି ସୁଦ୍ଧା ୧୫ କୋଟି ୨୨ ଲକ୍ଷ ୪୫ ହଜାର ୧୭୯ ଜଣ କୋଭିଡ ଟିକା ନେଇସାରିଛନ୍ତି।