ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି। ଗତ ଏକ ସପ୍ତାହ ହେବ ଦେଶରେ ଦୈନିକ କୋଭିଡ ସଂକ୍ରମଣ ମାମଲା ସାଢ଼େ ୩ ଲକ୍ଷ ଉପରେ ରହୁଛି ଏବଂ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ୩ ହଜାର ପାର ହୋଇଛି। ତେବେ ଦେଶରେ ବଢ଼ୁଥିବା ସଂକ୍ରମଣର ସ୍ଥିତି ସମୀକ୍ଷା କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକ ଆଜି ଦିନ ୧୧ଟାରେ ଭର୍ଚ୍ଚୁଆଲ ମୋଡରେ ହେବ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କରୋନାରେ ଅଧିକ ପ୍ରଭାବିତ ରାଜ୍ୟଗୁଡ଼ିକୁ ଅଧିକ ଗୁରୁତ୍ୱ ଦେବେ। ଅଧିକ ପ୍ରଭାବିତ ରାଜ୍ୟମାନଙ୍କରେ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତରପ୍ରଦେଶ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ଗୁରୁତ୍ୱ ଦିଆଯିବ।