ଆସାମରେ ପୁଣି ଭୂମିକମ୍ପ

ଆସାମ,ଏଜେନ୍ସି: ଆଜି ଆସାମର ସୋନତିପୁରରେ ପୁଣି ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ଣ ୪ଟା ୧୭ ମିନଟରେ ଏହି ଭୂମିକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ଥିବା ଜଣାପଡ଼ିଛି। ଲଗାତାର ୩ ଦିନ ହେଲା ଆସାମରେ ଭୂମିକମ୍ପ ଅନୁଭୂତ ହେଉଥିବା ବେଳେ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେହିପରି ଗତକାଲିର ଭୟାବହ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ୬.୪ ତୀବ୍ରତା ଥିଲା। ଏହା ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ଘରଦ୍ୱାର କ୍ଷତିଗ୍ରସ୍ତ ହେବା ସହିତ କିଛି ଲୋକ ଆହତ ହୋଇଥିଲେ।