really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଚନ୍ଦ୍ରଶେଖରପୁରରେ ପ୍ରତିଷ୍ଠା ହେବାକୁ ଯାଉଥିବା ଟ୍ରାଫିକ ଥାନା ନର୍ଥରେ ପରିସୀମା ମଧ୍ୟ ସ୍ଥିର କରାଯାଇଛି । ଟ୍ରାଫିକ ଥାନା ନର୍ଥ ଅଧିନରେ ୮ଟି ଥାନା ଯଥା ଖଣ୍ଡଗିରି, ନୂଆପଲ୍ଲୀ, ତମାଣ୍ଡୋ, ଜଟଣୀ, ଚନ୍ଦ୍ରଶେଖରପୁର, ଇନଫୋସିଟି, ନନ୍ଦନକାନନ ଓ ଚନ୍ଦକା ଥାନା ଅଧିନରେ ଥିବା ସମସ୍ତ ରାସ୍ତା ଓ ଛକ ରହିବ ।
ଏଥିପାଇଁ ଜଣେ ଇନ୍ସପେକ୍ଟର, ୧୦ଜଣ ଅଫିସର, ୧୦ଜଣ ହାବିଲଦାର, ୧୪୦ଜଣ କନଷ୍ଟେବଲ ଓ ୪ଜଣ ସହକାରୀ ଡ୍ରାଇଭରଙ୍କୁ ନିଯୁକ୍ତ କରାଯିବ । ଏଥିପାଇଁ ସରକାରୀ ଅନୁମତି ମିଳିସାରିଛି । ଏହି ଥାନା ଉଦଘାଟନ ପରେ ସହରରେ ଟ୍ରାଫିକ ନିୟନ୍ତ୍ରଣ ଲାଗି ବେଶ ସହାୟକ ହେବ । ପରବର୍ତ୍ତୀ ସମୟରେ ଖଣ୍ଡଗିରି, ଉତରା ଓ ରସୁଗଡରେ ଟ୍ରାଫିକ ଥାନା ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।