ମିଳିତ ଜାତିସଂଘ: ୩ଟି ସମିତିରେ ଅଧ୍ୟକ୍ଷତା କରିବ ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ଅନ୍ତରାଷ୍ଟ୍ରୀୟ ମଞ୍ଚ ମିଳିତ ଜାତିସଂଘର ୩ଟି ଗୁରୁତ୍ୱପୂର୍ଣ୍ଣ ସମିତିରେ ଅସ୍ଥାୟୀ ସଦସ୍ୟ ଭାବେ ଯୋଗଦେଇଥିବା ଭାରତ ଅଧ୍ୟକ୍ଷତା କରିବ। ୟୁଏନରୁ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭାରତ ଅଧ୍ୟକ୍ଷତା କରିବାକୁ ଥିବା ଏହି ୩ ସମିତି ହେଲା- ତାଲିବାନ ପ୍ରତିବନ୍ଧ ସମିତି, ଆତଙ୍କବାଦ ନିରୋଧୀ ସମିତି ଓ ଲିବ୍ୟା ପ୍ରତିବନ୍ଧ ସମିତି।

ଭାରତ ପାଇଁ ଏହି ସବୁ କ୍ଷେତ୍ର ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିବା ମିଳିତ ଜାତିସଂଘର ସ୍ଥାୟୀ ସଦସ୍ୟ ଥିବା ଟିଏସ୍ ତ୍ରିମୂର୍ତ୍ତି କହିଛନ୍ତି। ଏଥିସହିତ କହିଛନ୍ତି କି ବିଶେଷ କରି ଆତଙ୍କବାଦ ବିରୋଧରେ ଭାରତ ଜାରି ରଖିଥିବା ଲଢ଼େଇକୁ ଏହା ଅଧିକ ବଳ ଦେବ ବୋଲି ଆଶା କରାଯାଉଛି, କାରଣ ଭାରତ ଆତଙ୍କବାଦ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେଉଛି।