କେନ୍ଦ୍ର ସହ ୨୯ଟି କୃଷକ ସଂଗଠନର ଆଲୋଚନା ବିଫଳ

ନୂଆଦିଲ୍ଲୀ: ସଂସଦରେ ପାସ୍ ହୋଇଥିବା ନୂଆ କୃଷି ବିଲକୁ ନେଇ ୨୯ଟି କୃଷକ ସଂଗଠନର ନେତା କୃଷି ସଚିବଙ୍କ ସହ ଆଲୋଚନା କରିବା ପାଇଁ ଦିଲ୍ଲୀରେ ପହଂଚିଥିଲେ। କିନ୍ତୁ ଏହି ଚର୍ଚ୍ଚାର କୌଣସି ସୁଫଳ ମିଳିନଥିଲା ଓ କୃଷି ନେତା ଅଧା ବୈଠକରୁ ଫେରି ଆସିଥିଲେ। କେବଳ ଏତିକି ନୁହେଁ, ସେମାନେ କୃଷି ଭବନ ବାହାରେ କୃଷକ ଆଇନର କପିକୁ ମଧ୍ୟ ଫାଡ଼ି ଦେଇଥିଲେ।

ସୂଚନାଯୋଗ୍ୟ, ଚଣ୍ଡିଗଡ଼ରେ ୧୩ ତାରିଖ ଦିନ୨୯ କୃଷି ସଂଗଠନର ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିôରେ କୃଷି ବିଲକୁ ନେଇ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।