ରାଜଧାନୀରେ ୨୬୭ କରୋନା ପଜିଟିଭ ଚିହ୍ନଟ : ୩୪୨ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ୨୬୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୭୧ ଜଣ ଓ ସ୍ଥାନୀୟ ସଂକ୍ରମଣ ୧୯୬ ଜଣ ରହିଛନ୍ତି। ଅନ୍ୟପଟେ କରୋନା ଯୋଗୁ ୩୪୨ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୨୮୩ ହୋଇଥିବାବେଳେ ୨୨ହଜାର ୮୬୭ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୨୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୨୭୨ ଜଣ ଚିକିତ୍ସିତ ହେଉଛନ୍ତି।