ମୟୂରଭଞ୍ଜରୁ ୨୯ ନୂଆ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୭୨୦ ଟପିଲା

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ଆଉ ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୦କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାରିପଦା ବ୍ଲକ ଅଞ୍ଚଳରୁ ୫, ମୋରଡ଼ା, ଶୁକୃଳି, ଯଶୀପୁର, ବାରିପଦା ପୌରପରିଷଦ ରରୁଆଁ, ବିଜାତୋଳା, କରଞ୍ଜିଆ ଏନଏସିରୁ ୩ ଲେଖାଏଁ, କରଞ୍ଜିଆ, ଶୁଳିଆପଦା, ଉଦଳା, ରାଇରଙ୍ଗପୁର, ବଡ଼ସାହି-୧, କପ୍ତିପଦାରୁ ଜଣେ ଲେଖାଏଁ ରହିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ କୋଭିଡ ଯୋଦ୍ଧା ରହିଥିବା ମଧ୍ୟ ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ କୋଭିଡ଼ କେୟାର ସେଣ୍ଟର ଓ କୋଭିଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୦କୁ ବୃଦ୍ଧି ପାଇଥିବାବେଳେ ୪୮୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨ଜଣଙ୍କର ମୃତ୍ୟୁ ଘଟିଛି ଓ ୨୩୬ ଜଣ ଚିକିତ୍ସିତ ହେଉଛନ୍ତି।