ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେଲେ ୨୮ କରୋନା ଯୋଦ୍ଧା

ରାୟଗଡ଼ା,ଏନ୍ଏନ୍ଏସ୍: କରୋନା କଟକଣା ମଧ୍ୟରେ ରାୟଗଡା ଜିଲ୍ଲା ସଦର ମହକୁମାସ୍ଥିତ ଜିସିଡି ହାଇସ୍କୁଲରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ନିଜ ଜୀବନକୁ ବାଜି ଲଗାଇ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନିରନ୍ତର କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ପୌରପାଳିକାର ୧୦ ଜଣ, ସ୍ୱାସ୍ଥ୍ୟ ବିଭାଗର ୧୫ଜଣ ଓ ୩ଜଣ ଅଙ୍ଗନୱାଡି କର୍ମୀଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ଏସପି ଶର୍ବଣା ବିବେକ ଏମ, ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିସଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି-ଡିଆରଡିଏ ଅମ୍ରିତ ଋତୁରାଜ, ସୂଚନା ଅଧିକାରୀ ବସନ୍ତ ପ୍ରଧାନ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରକ୍ତ ଏସପି ରାମପ୍ରସାଦ ସାହୁ, ତହସିଲଦାର ଉମାଶଙ୍କର ବେହେରା, ବିଡିଓ ରାଜେନ୍ଦ୍ର ମାଝୀ, ପୌରନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।