କଟକରେ ଯୁବବର୍ଗ ଅଧିକ ସଂକ୍ରମିତ: ସିଏମସି କମିଶନର

କଟକ,ଏନ୍ଏନ୍ଏସ୍: କଟକ ମହାନଗର ନିଗମ (ସିଏମସି) ଅଞ୍ଚଳରେ ୨୧ରୁ ୪୦ ବର୍ଷ ବୟସର ଲୋକେ ଅଧିକ ସଂକ୍ରମିତ ହୋଇଛନ୍ତି। ତାଙ୍କର ଏବେ ଚିକିତ୍ସା ଚାଲିଛି। ଏମାନେ ରୋଜଗାର ପାଇଁ ବାହାରକୁ ଯାଉଥିବାରୁ  ଆକ୍ରାନ୍ତ ହେଉଛନ୍ତି ବୋଲି ସିଏମସି କମିଶନର ଅନନ୍ୟା ଦାସ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ ୮ରୁ ୧୪ ତାରିଖ ମଧ୍ୟରେ ୬୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୭ ପ୍ରତିଶତ ଅର୍ଥାତ ୧୬୫ ଜଣ କଣ୍ଟେନମେଣ୍ଟ ଜୋନ ରୁ ଚିହ୍ନଟ ହୋଇଥିବାବେଳେ ଗୃହ ସଙ୍ଗରୋଧରୁ ୧୭୪ ଜଣ, ସରକାରୀ ସଙ୍ଗରୋଧରୁ ୧୨୭ ଜଣ ଓ ସ୍ଥାନୀୟ ସଂକ୍ରମଣ ହେଉଛନ୍ତି ୧୨୭ ଜଣ। କଟକ ସହରର ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟେଷ୍ଟିଂ ହେବ। ସଂକ୍ରମଣ ନ ବ୍ୟାପିବା ପାଇଁ ସମସ୍ତଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ଆଣ୍ଟିଜେନ, ଟ୍ରନାଟ ଓ ଆରଟିପିସିଆର ଟେଷ୍ଟିଂ ବଢ଼ିଛି। ଯେଉଁଠି ଜ୍ୱର, କାଶ, ରୋଗୀ ଅଛନ୍ତି, ସେଭଳି ସ୍ଥାନରେ ଗୁୁରତ୍ୱ ଦେଉଛୁ।  ବିଶେଷ କାମ ନଥିଲେ ଘରୁ ନବାହାରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।