ବିହାରରେ ବଜ୍ରପାତ: ୨୬ ଜଣଙ୍କର ମୃତ୍ୟୁ

ପାଟନା,ଏଜେନ୍ସି: ବିହାରରେ ଗୁରୁବାର ବଜ୍ରପାତ ଘଟି ୨୬ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଗୋପାଳଗଞ୍ଜ ଜିଲ୍ଲାରେ ସର୍ବାଧିକ ୧୩ ଜଣଙ୍କ ବଜ୍ରପାତରେ ମୃତ୍ୟୁ ଘଟିଥିଲା ବେଳେ ଦରଭଙ୍ଗା ଜିଲ୍ଲାରେ ୫, ସିୱାନରେ ୪ ଏବଂ ମଧୁବନି ଓ ପଶ୍ଚିମ ଚମ୍ପାରନ ଜିଲ୍ଲାରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଗୋପାଳଗଞ୍ଜର ସବଡିଭିଜନାଲ ଅଫିସର ଉପେନ୍ଦ୍ର ପାଲ କହିଛନ୍ତି ଜିଲ୍ଲାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରୁ ଅଧିକାଂଶ ଚାଷଜମିରେ କାମ କରୁଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ମୃତକଙ୍କ ପରିବାର ପିଛା ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି।