ବ୍ରହୁପୁର ସହର ୪ ଦିନ ସଟଡାଉନ

ବ୍ରହ୍ମପୁର, ଏନ୍ଏନ୍ଏସ୍: ବ୍ରହ୍ମପୁର ସହରକୁ ୪ ଦିନ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତା ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି। ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ଜିଲ୍ଲାପାଳ ଏଭଳି ପଦକ୍ଷେପ ନେଇଛନ୍ତି।  କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ, ହୋମ କ୍ୱାରେଣ୍ଟିନ ବ୍ୟବସ୍ଥାର ଯାଞ୍ଚ ହେବ। ଯାଞ୍ଚ କରିବାକୁ ୭୦ଟି ସ୍ୱାସ୍ଥ୍ୟ ଟିମ ଗଠନ କରାଯାଇଛି। ସଟଡାଉନ ବେଳେ ସ୍ୱାସ୍ଥ୍ୟସେବା ଓ ଦୁଗ୍ଧ ବଣ୍ଟନ ଜାରି ରହିବ। ଅନ୍ୟସବୁ ଦୋକାନ ବନ୍ଦ ହେବାନେଇ ଜିଲ୍ଲାପଳ ପ୍ରକାଶ କରିଛନ୍ତି।