ଝାରସୁଗୁଡ଼ାରେ ୨୫୪ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ଆଜି ପୁଣି ୨୫୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁୂଡା ପୌରପରିଷଦ ଅଞ୍ଚଳରୁ ୮୨ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୧୬ଜଣ, ବ୍ରଜରାଜନଗର ପୌରପରିଷଦରୁ ୨୫ଜଣ, ଝାରସୁଗୁଡା ବ୍ଲକରୁ ୪୩ଜଣ, ଲଖନପୁର ବ୍ଲକରୁ ୨୬ଜଣ, ଲଇକେରା ବ୍ଲକରୁ ୨୨ଜଣ, କୋଲାବିରା ବ୍ଲକରୁ ୨୦ଜଣ, କିର୍ମିରା ବ୍ଲକରୁ ୬ ଜଣ ରହିଥିବାବେଳେ ବାହାର ଜିଲ୍ଲାର ହସ୍ପିଟାଲରେ ୧୪ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।