୨୪ ଘଣ୍ଟାରେ ସୁସ୍ଥହେଲେ ଆଉ ୩୪୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩୪୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୬୨୯୩୧ରେ ପହଞ୍ଚିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୧ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୫୨୬ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ନୂଆପଡ଼ା ରୁ ୩୪୦, ଝାରସୁଗୁଡାରୁ ୨୩୮, କେନ୍ଦୁଝରରୁ ୧୯୯, ସମ୍ବଲପୁରରୁ ୧୫୩, କଟକରୁ ୧୫୨, ବରଗଡ଼ରୁ ୧୪୦, ପୁରୀରୁ ୧୨୮, ନବରଙ୍ଗପୁରରୁ ୯୭, ବଲାଙ୍ଗିରରୁ ୮୭, ବାଲେଶ୍ୱରରୁ ୮୪, ମୟୂରଭଞ୍ଜରୁ ୬୯, ରାୟଗଡ଼ାରୁ ୬୨, ଗଜପତିରୁ ୫୯, ଗଞ୍ଜାମରୁ ୫୮, ଦେବଗଡ଼ରୁ ୫୪, କଳାହାଣ୍ଡିରୁ ୫୪, ଭଦ୍ରକରୁ ୫୩, ଅନୁଗୁଳରୁ ୪୯, ଯାଜପୁରରୁ ୪୧, ନୟାଗଡ଼ରୁ ୩୩, ଜଗତସିଂପୁରରୁ ୩୦, କୋରାପୁଟରୁ ୨୪, ସୋନପୁରରୁ ୨୪, କେନ୍ଦ୍ରାପଡ଼ାରୁ ୨୨, ଢେଙ୍କାନାଳରୁ ୧୫, କନ୍ଧମାଳରୁ ୧୦, ମାଲକାନଗିରିରୁ ୪ ଏବଂ ଷ୍ଟେଟପୁଲରୁ ୧୧୮ ଜଣ ସୁସ୍ଥ ହୋଇଛନ୍ତି।