କୋରାପୁଟରୁ ୨୫ କରୋନା ପଜିଟିଭ୍ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨୩ ରେ ପହଞ୍ଚିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟ ପୌରାଞ୍ଚଳ, ଅରବିନ୍ଦ ନଗର ଓ ଟାଉନରୁ ୨ଲେଖାଏଁ, ଜୟପୁର ପୌରାଞ୍ଚଳରୁ ୬ଜଣ ଏବଂ ସୁନାବେଡ଼ା ପୌରାଞ୍ଚଳର ସେମିଲିଗୁଡ଼ା, ବନ୍ଧୁଗାଁ ବ୍ଲକ ତୁରୁକପେଟା ଗ୍ରାମ, ବୈପାରିଗୁଡ଼ା ବ୍ଲକ୍ ମାଝୀଗୁଡ଼ାରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ୍ କ୍ୱାରେଣ୍ଟାଇନରୁ ୧୫ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୦ଜଣ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆଜି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବାପେକ୍ଷା ଯଥେଷ୍ଟ କମ୍ ଥିଲେ ମଧ୍ୟ ଆମେ କୋଭିଡ୍ ନିୟମ ମାନିବାରେ କହୋଳ ମନୋଭାବ ପୋଷଣ କରିବା ନାହିଁ । ଲକ୍ଷଣଯୁକ୍ତ କେତେକ ବ୍ୟକ୍ତିଙ୍କ ସ୍ୱାବ୍ ଆରଟିପିସିଆର୍ ପରୀକ୍ଷା ନିମନ୍ତେ ପଠାଯାଇଛି ଏବଂ ଫଳାଫଳ ରବିବାର ସୁଦ୍ଧା ଆସିବ ତେଣୁ ଆଜିର ସଂଖ୍ୟାକୁ ନେଇ ଆମେ ଆଶ୍ୱସ୍ତ ହେବା ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିସହିତ ସମସ୍ତେ କୋଭିଡ୍ ନିୟମ ମାନି ମାସ୍କ୍ ଓ ସାନିଟାଇଜର୍ ବ୍ୟବହାର କରିବା ସହ ବହୁ ଲୋକ ଏକତ୍ରିତ ନହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।