ମାଲକାନଗିରିରେ ଆଜି ୨୧ ପଜିଟିଭ ଚିହ୍ନଟ: ୨ ମୃତ

ମାଲକାନଗିରି, କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ମାଲକାନଗିରି ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୫୫ ବର୍ଷର ବୃଦ୍ଧ କରୋନା ସହ ଅନ୍ୟ ରୋଗରେ ପୀଡିତ ଥିବାବେଳେ ଅନ୍ୟଜଣେ ୫୫ ବର୍ଷିୟା ବୃଦ୍ଧାଙ୍କର ମଧ୍ୟ କରୋନା ସହ ଅନ୍ୟ ରୋଗରେ ପୀଡିତ ଥିଲେ।  ତେବେ ଆଜି ଚିହ୍ନଟଙ୍କ ମଧ୍ୟରେ ମାଲକାନଗିରି ପୌରପରିଷଦର ୯ ଜଣ, ମାଲକାନଗିରି ବ୍ଲକର ଜଣେ, ବାଲିମେଳା ଏନଏସିର ୪ ଜଣ, ଖଇରିପୁଟ ବ୍ଲକର ଜଣେ, ମାଥିଲି ବ୍ଲକର ୨ ଜଣ, କାଲିମେଳା ବ୍ଲକର ୩ ଜଣ ଏବଂ କୋରୁକୋଣ୍ଡା ବ୍ଲକର ଜଣେ ରହିଛନ୍ତି।  ଆଜିର୨୧ ଜଣଙ୍କୁ ମିଶାଇ ମାଲକାନଗିରିରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୪ ରେ ପହଞ୍ଚିଛି। ସେଥିମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୪୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୬୯୮ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି।