ଭାରତରେ କରୋନା ଟିକାକରଣ ଲାଗି ୨.୫ କୋଟି ଡଲାର ସହାୟତା ଦେବ ଆମେରିକା

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ଭାଇରସର ୨ୟ ଲହର ତଳ-ଉପର ଦେଇ ଗତି କରୁଛି। ଲଗାତାର ୨ୟ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାରରୁ ଊର୍ଦ୍ଧ୍ୱ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୩,୧୫୯ ଥିବା ବେଳେ ମୃତ୍ୟୁ ସଂଖ୍ୟା ୬୪୧ ରହିଛି। କୋଭିଡ-୧୯ ମହାମାରୀ ଏବଂ ଏହାର ପ୍ରଭାବରୁ ବର୍ତ୍ତିବା ଲାଗି ସହଯୋଗକୁ ଆହୁରି ଅଧିକ ବଢ଼ାଇବା ପାଇଁ ଆମେରିକା ଚିନ୍ତା କରିଛି।

ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ ବୁଧବାର ଘୋଷଣା କରିଛନ୍ତି ଯେ, ଭାରତରେ ଟିକାକରଣ ପାଇଁ ଆମେରିକା ୨.୫ କୋଟି ଡଲାରର ସହାୟତା ଯୋଗାଇଦେବ। ଏହି ରାଶି ମିଳିବା ପରେ ଭାରତରେ ଟିକାକରଣ ପ୍ରକ୍ରିୟ ଆହୁରି ତୀବ୍ର ହେବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଭାରତରେ ଗତ ଜାନୁଆରୀ ମାସ ୧୬ ତାରିଖ ଠାରୁ ଟିକାକରଣ ଜାରି ରହିଛି।